ଆଜି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ତଥା ସ୍ଵତନ୍ତ୍ର ଜଜ ଶୁଭଶ୍ରୀ ତ୍ରିପାଠୀ ଏକ ବଳାତ୍କାର ମାମଲାର ଶୁଣାଣି କରି ଦୋଷୀ ଲିଟନ ମହାନ୍ତଙ୍କୁ ଦଶ ବର୍ଷ ସଶ୍ରମ ଜେଲ ସହିତ ଦଶ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି।
୨୦୧୭ ମସିହା ରେ ଏହି ଘଟଣା ଘଟିଥିଲା । ଘଟଣା ଦିନ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ଦୋଷୀ ଟେକି ନେଇ ବଳାତ୍କାର କରିଥିଲା ପୀଡ଼ିତାଙ୍କୁ ଛଅ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ କରିଥିବା ବୋଲି ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପୋକ୍ସ) ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।