ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର ରାଜେଶ ବାରିକ୍ ନାମକ ଜଣେ ଯୁବକ ଜଣେ ନାବାଳିକାକୁ ଗତ ୨୦ ତାରିଖ ଦିନ ଅପହରଣ କରି ନେଇଥିବା ନାବାଳିକାଙ୍କ ବାପା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏନେଇ ଆଜି ବଅଁରପାଳ ପୁଲିସ ପାଣ୍ଡୁପୁର ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।