ନମ୍ବର ବିହୀନ ଟ୍ରାକ୍ଟ୍ରର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ନିକଟସ୍ଥ ରଘୁନାଥଗଞ୍ଜ ସ୍ଥିତ ତେନ୍ତୁଳିଡିଙ୍ଗା ଛକ ଠାରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ୮୦ ବର୍ଷର ରାଧାକାନ୍ତ ଦାସ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରାକ୍ଟରକୁ ଭଙ୍ଗା ରୁଜା କରିଛନ୍ତି । ଏଥି ସହିତ ଟାୟାର ଜାଳି ରାସ୍ତାରୋକ୍ ମଧ୍ୟ କରିଛନ୍ତି। ସୂଚନା ଅନୁଯାୟୀ ମୃତ ରାଧାକାନ୍ତ ନିଜ ଘରୁ ବାହାରି ପାଖ ବଜାରକୁ ଯାଉଥିବା ବେଳେ ଟ୍ରାକ୍ଟର ଟି ପଛପଟୁ ଧକ୍କା ଦେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes