ନବରଙ୍ଗପୁରରେ ବିଧାୟକ ଓ ବିଡିଓ ମଧ୍ୟରେ ବଚସା

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜୟପୁର ବିଧାୟକ ତାରା ବାହିନୀପତି ଓ ପାପଡ଼ାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକଙ୍କ ମଧ୍ୟରେ କଥା କଟାକଟି ହୋଇଛି।

୧୬ ଦଫା ଦାବିରେ କଂଗ୍ରେସ ବ୍ଲକ ଅଫିସ ଆଗରେ ଧାରଣା ଦେଇଥିବା ବେଳେ ତାରା ବାହିନୀପତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତାରା ଭାଷଣ ଦେଉଥିବା ବେଳେ ବିଡିଓ କାର୍ଯ୍ୟାଳୟରୁ ଯିବାକୁ ବାହାରିବାରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes