କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ମୂଷାପଡା ସନ୍ନିକଟ କାଁଝାରି ନଦୀରୁ ଗୁରୁବାର ଅପରାହ୍ନରେ ଜଣେ ୩୮ ବର୍ଷର ବିବାହିତ ଯୁବକଙ୍କ ଗଳିତ ମୃତ ଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛି।
ଗଳିତ ଯୁବକଙ୍କ ମୃତ ଦେହଟି କେନ୍ଦେଇ ପଶି ପଞ୍ଚାୟତ କେନ୍ଦୁଆ ପଡା ଗ୍ରାମ ଉପର ସାହିର ତ୍ରିଲୋଚନ ନାଏକଙ୍କର ବୋଲି ପୁଲିସ ସୂଚନା ଦେଇଛି। ଏନେଇ ପାଟଣା ଥାନାରେ ୧୦୦/୨୨ ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି ବୋଲି ଥାନା ଧିକାରୀ ରାଜେନ୍ଦ୍ର ସ୍ୱାଇଁ କହିଛନ୍ତି।