କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନୂଆ ସାହିରେ ସୋମବାର ଅପରାହ୍ନ ରେ ଘର ବାରଣ୍ଡା ରେ ଜଣେ ୨୫ବର୍ଷୀୟ ଯୁବକ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ ରେ ଆସି ଧାରୁଆ ଅସ୍ତ୍ରରେ ଯୁବକ ଙ୍କ ଗଳା କାଟିଦେଇ ଚାଲିଯାଇଛନ୍ତି ।
ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ତୁରୁମୁଙ୍ଗା ନୂଆସହିର ଭାଗୀରଥି ମୁଣ୍ଡା ।ଗୁରୁତର ଅବସ୍ଥାର ଯୁବକ ଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।