ଧାମନଗର ଉପନିର୍ବାଚନରେ ଟଙ୍କାବଣ୍ଟା ଅଭିଯୋଗ ନେଇ ୨ଟି ମାମଲା ରୁଜୁ: ସିଇଓ

ଧାମନଗର ଉପନିର୍ବାଚନରେ ଟଙ୍କାବଣ୍ଟା ନେଇ ହୋଇଥିବା ଅଭିଯୋଗ ଆଧାରରେ ୨ଟି ମାମଲା ରୁଜୁ କରାଯାଇଥିବା କହିଛନ୍ତି ସିଇଓ ସୁଶିଲ ଲୋହାନି।

୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ପାଇଥିଲୁ, ତଦନ୍ତ ପରେ ସଂପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ଧାମନଗର ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଅନ୍ୟ ଏକ ମିଟିଂରେ ୧ କୋଟି ଅଫର ଅଭିଯୋଗର ତଦନ୍ତ ହୋଇଛି, ସଂପୃକ୍ତ ଲୋକକୁ ଚିହ୍ନଟ ହୋଇ ଏତଲା କରାଯାଇଛି, ନିର୍ଦ୍ଦିଷ୍ଟ ତଥ୍ୟ ସଂବଳିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଇଓ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes