ଧାମନଗରରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ 9881 ଭୋଟରେ ବିଜୟୀ

ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନର ଉପନିର୍ବାଚନରେ 80 ହଜାର 351 ଭୋଟ ପାଇଁ ବିଜେପି ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ଵୀ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାଶଙ୍କ ଠାରୁ 9 ହଜାର 881 ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି l
ଅବନ୍ତୀ 70 ହଜାର 470, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାଶ 8,153 ଏବଂ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ 3561 ଭୋଟ ପାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି l ତେବେ ଭିଭିପାଟ ଗଣତି ପରେ ଚୂଡାନ୍ତ ଫଳ ଘୋଷଣା ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes