ଧର୍ମଶାଳା ଅଂଚଳର ୱେବ ପୋର୍ଟାଲ ସାମ୍ବାଦିକ ଗିରଫ

କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ, ଧମକ, ମିଥ୍ୟା ତଥ୍ୟ ସଂପର୍କିତ ଅଡିଓ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଆଜି ୱେବ ପୋର୍ଟାଲ ପ୍ରତିନିଧି ସଞ୍ଜୟ ମିଶ୍ର ଗିରଫ ହୋଇଛନ୍ତି ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଂଚଳରୁ ଆସିଛି ଏହି ଅଭିଯୋଗ । ସୂଚନା ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ଓ ଗଙ୍ଗାଧରପୁର ପଂଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ କ୍ରମେ ୱେବ ପୋର୍ଟାଲ ସାମ୍ବାଦିକ ପରିଚୟ ଦେଇ ଜାରକା ଦେଉଳି ଗ୍ରାମର ସଂଜୟ ମିଶ୍ର ତାଙ୍କୁ କିଛି ଦିନ ହେବ ବ୍ଲାକମେଲ କରୁଥିବା ନେଇ ଥାନାରେ ଏତଲା ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes