ଆଜି ନୂତନ ପିସିସି ସଭାପତି ଭାବେ ନିଯୁକ୍ତି ପାଇଥିବା ଶରତ ପଟ୍ଟନାୟକ ଦ୍ଵିତୀୟ ଥର ପାଇଁ ଏହି ଦାୟିତ୍ୱ ବହନ କରିଛନ୍ତି l 2001 ରୁ 2004 ପର୍ଯ୍ୟନ୍ତ ମଧ୍ୟ ସେ ପିସିସି ସଭାପତି ଥିଲେ l
ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଦାୟିତ୍ୱ ନିର୍ବାହ କରିଥିବା ଶ୍ରୀ ପଟ୍ଟନାୟକ 1991 ରୁ 1998 ପର୍ଯ୍ୟନ୍ତ ବଲାଙ୍ଗୀରରୁ ସାଂସଦ ରହିଥିଲେ l ତାଙ୍କ ଜନ୍ମ 1956 ମସିହା ଡିସେମ୍ବର 23 ତାରିଖରେ ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ହୋଇଥିଲା l