ଦ୍ରୌପଦୀଙ୍କ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ରାଜ୍ୟର ୨ କ୍ୟାବିନେଟ ମନ୍ତ୍ରୀ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବାକୁ ଯାଉଥିବା ବେଳେ ଏହି ସମୟରେ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ।

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନବୀନ କହିଛନ୍ତି, ବିଜେପି ସଭାପତି ଜେ. ପି ନଡ୍ଡା ତାଙ୍କ ସହ ଫୋନରେ କଥା ହୋଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ କହିଛନ୍ତି। ତେଣୁ ରାଜ୍ୟ ସରକାରର ଦୁଇ କ୍ୟାବିନେଟ ସହଯୋଗୀ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ। ଏନେଇ ୨ କ୍ୟାବିନେଟ ମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes