ଦେବଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତିଲେଇବଣି ବ୍ଲକ ଡିମରିକୁଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବା bel ଏହି ଶିବିରରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଯୋଗଦେଇ ଝରାଗୁଗୁଆ,ଗଣ୍ଡମ,ଲଇମୁରା ଏବଂ ଡିମିରିକୁଦା ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।

ଶିବିରରେ ଯୋଗଦେଇଥିବା ଜନସାଧାରଣ ମୁଖ୍ୟତଃ ବିଦ୍ୟୁତ ଯୋଗାଣ, ରାସ୍ତାଘାଟ, ବାର୍ଦ୍ଧକ୍ୟ ଭତ୍ତା, ଚିକିତ୍ସା ଓ ଜମିପଟ୍ଟାର ବ୍ୟବସ୍ଥା ଆଦି ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes