ଦୁର୍ଘଟଣାରେ ଅଧ୍ୟାପିକାଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନୁଦୁରପଡ଼ା – ଜଂହିରା ରାସ୍ତାରେ ରାସ୍ତା ଦୁର୍ଘଟଣା ରେ ମହାପାଟ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ନିହାରିକା ମିଶ୍ର ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ତାଙ୍କ ସହିତ ତାଙ୍କ ଭଉଣୀ ଯାଉଥିଲେ। ସେ ଗୁରୁତର ଆହତ ହୋଇ ଜିଲ୍ଲାମୁଖ୍ୟ ଡାକ୍ତର ଖାନା ଅଣାଯାଇ ସେଠାରୁ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଯାଇଛି। ଦୁଇ ଭଉଣୀ ସନ୍ଧ୍ୟା ପ୍ରାୟ ୫ ଟାରେ କେନ୍ଦୁଝର ରୁ ଜଙ୍ଘିରା କୁ ଏକ ସ୍କୁଟି ରେ ଯାଉଥିଲେ। ଅପରପାଶ୍ବ ରୁ କ୍ଷୀପ୍ର ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes