ଦୀର୍ଘ ସମୟ ଉଦ୍ୟମ ପରେ କୂଅରୁ ବାହାରିଲା ଭାଲୁ (ଅପଡେଟ)

କେନ୍ଦୁଝର ସଦର ବ୍ଲକ୍ ନେଳୁଙ୍ଗ ଗ୍ରାମ ଆମ୍ଵୁଆ ପଶି ସାହିରେ କୂଅରେ ଫସିଥିବା ଭାଲୁ ବାହାରି ପାଖ ସଂରକ୍ଷିତ ଜଙ୍ଗଲକୁ ପଳାଇଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

ଭାଲୁଟି ସିଡିରେ ଚଢ଼ି ଉପରକୁ ଆସିବା ପରେ ଭଙ୍ଗା ପାଚେରୀ ବାଟ ଦେଇ ଫାର୍ମ ବାହାରକୁ ଆସିଥିଲା। ବିଲ ଦେଇ ପାଖ ସଂରକ୍ଷିତ ଜଙ୍ଗଲକୁ ପଳାଇଥିଲା। ଏ ନେଇ ପୂର୍ବରୁ ଆଖପାଖ ଅଞ୍ଚଳରେ ଡାକ ବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଇ ଘରୁ ନ ବାହାରିବାକୁ କୁହାଯାଇଥିଲା ବୋଲି ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes