ଦୀର୍ଘ ଦିନ ପରେ ରାସ୍ତା କଡ଼ରୁ ହଟିଲା ବସ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଉଦଳା ରାସ୍ତା ଏସାର ପେଟ୍ରୋଲ ପମ୍ପ ସମ୍ମୁଖରେ ଦୀର୍ଘ ଦିନ ଧରି ପଡି ରହିଥିବା ତିନୋଟି ବସକୁ ଆଜି ହଟା ଯାଇଛି।

ଏହି ବସ ଗୁଡ଼ିକ ରାସ୍ତାର କିଛି ଅଂଶ ମାଡି ବସିଥିବାରୁ ଅନେକ ଦୁର୍ଘଟଣା ଘଟୁଥିଲା । ଏନେଇ ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି କ୍ରେନ ଜରିଆରେ ବସ ଗୁଡିକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes