ଦର ବୃଦ୍ଧି ପ୍ରତିବାଦରେ ସାହାରପଡା ବ୍ଲକରେ ଗଣ ବିକ୍ଷୋଭ

କେନ୍ଦୁଝର ଜିଲା ସାହାରପଡା ବ୍ଲକ ଏସ ୟୁ ସି ଆଇ ପକ୍ଷରୁ ସୋମବାର ପାଟଣା ସାହାରପଡା ରାସ୍ତାର ଉଦୟ ପୁର ଛକରୁ ଦର ଦାମ ବୃଦ୍ଧି ପ୍ରତିବାଦ ରେ ଏକ ରାଲିରେ କମ୍ୟୁନିଷ୍ଟ ପାର୍ଟି ର କର୍ମକର୍ତା ମାନେ ଖଗେଶ୍ବର ମାହାନ୍ତ ଙ୍କ ନେତୃତ୍ୱ ରେ ବାହାରି ବଜାର ପରିକ୍ରମା କରି ଥିଲେ।

ସାହାରପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ, ଅତ୍ୟାବଶକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ସ୍ଲୋଗାନ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes