ଦମନ ପଛର କାହାଣୀ କହିଲେ ତତ୍କାଳିନ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ

ମାଲକାନଗିରି ଜିଲ୍ଲାର ମ୍ୟାଲେରିଆ ଜନିତ ସମସ୍ୟାକୁ ନେଇ ତିଆରି କରାଯାଇଥିବା ଦମନ ଚଳଚ୍ଚିତ୍ର ନେଇ ଆଜି ତତ୍କାଳିନ ମାଲକାନଗିରି ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ ଅଧିକାରୀ ମନିଶ ଅଗ୍ରୱାଲା ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ, ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ମାଲକାନଗିରିରେ ମ୍ୟାଲେରିଆ ଥିଲା ଅତ୍ୟନ୍ତ ବ୍ୟାପକ ।

କିପରି ଭାବରେ ତାକୁ କମ କରାଯାଇପାରିବ ସେ ଦିଗରେ ସେ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସମନ୍ଵୟ ବୈଠକ ଆୟୋଜନ କରିଥିଲେ ।ସେହିପରି ଅନ୍ୟ ବିଭାଗର ଅଧିକାରୀ,କର୍ମଚାରୀ, ଶିକ୍ଷକମାନଙ୍କୁ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା, କାର୍ଯ୍ୟକ୍ରମର ସମସ୍ତ ତଦାରଖ ତଥା ନିରୀକ୍ଷଣର ଦାୟିତ୍ଵ ଦେଇଥିଲେ । ସେହିପରି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀର ବ୍ୟବହାର ବିଷୟରେ ତଦାରଖ କରିଥିଲେ ।ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ରାତିରେ ମଶାରୀ ଟାଙ୍ଗିବାକୁ ଘଣ୍ଟି ବଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes