ତୃତୀୟ ଲିଙ୍ଗୀଙ୍କ ସାମ୍ବିଧାନିକ ଅଧିକାର ନେଇ ଆଲୋଚନା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ମୈତ୍ରୀ ସଦନ ଠାରେ ତୃତୀୟ ଲିଙ୍ଗୀଙ୍କ ସାମ୍ବିଧାନିକ ଅଧିକାର ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀରମହାରାଜପୁର ସବଜଜ୍ ମୋନାଲିସା ପଟ୍ଟନାୟକ ଓ ଏସଡିଜେଏମ ସଙ୍ଘମିତ୍ରା ବିଶ୍ବାଳ ଯୋଗଦେଇ ସମାଜରେ ତୃତୀୟ ଲିଙ୍ଗୀଙ୍କ ସାମ୍ବିଧାନିକ ଅଧିକାର ଓ ସେମାନଙ୍କ ପ୍ରତି ସମାଜର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ଆଇନଜିବୀ ସନ୍ତୋଷ ଚାନ୍ଦ, ସଞ୍ଜିବ ପଧାନ ଓ ସବିତା ପଣ୍ଡା ଏଥିରେ ନିଜର ମତବ୍ୟକ୍ତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes