ତିନି ବର୍ଷ ପରେ ନାବାଳିକା ବଳାତ୍କାରୀ ଗିରଫ

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଣ୍ତାରାପୋଶି ଗ୍ରାମରେ ୨୦୨୦ ମସିହାରେ ଘଟିଥିବା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଜଣଙ୍କ ହେଲେ କଣ୍ତରାପୋଶି ଗ୍ରାମର ମାନସ ସଲକି(୨୭) ବୋଲି ଜଣାପଡିଛି।୨୦୨୦ ମାର୍ଚ୍ଚ ୨୬ତାରଖ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ସଦର ଥାନାରେ ପରିଵାର ପକ୍ଷରୁ ଅଭିଯୋଗ ହାେଇଥିଲା।ପୋଲିସ ୧୪୦/୨୦ ପୋସ୍କ କେସ୍ ରୁଜୁ କରିଥିଲା। ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯଇଥିଲେ।ତିନିବର୍ଷ ପରେ ଆଜି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରୀ ସୁଶାନ୍ତ ଦାଶ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes