ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ- ଧର୍ମେନ୍ଦ୍ର ପ୍ରଧାନ

ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।

ପରୀକ୍ଷାମୂଳକ ଭାବେ ଏହି ଗବେଷଣା କେନ୍ଦ୍ର ଅନୁଗୋଳ ଜିଲ୍ଲାର ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ଦିଗରେ ଆଲୋଚନା କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version