ତରଭା ବ୍ଲକର ଚାରଭଟା ଠାରେ ରକ୍ତଦାନ ଶିବିର

ଆଜି ସୁବର୍ଣ୍ଣପୁର ଜିଲ୍ଲାର ‘ପରିବର୍ତ୍ତନ’, ଗଣପତି କ୍ଲବ ଓ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ତରଭା ବ୍ଲକର ଚାରଭଟା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଟ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଧରୁଆନ, ଯୁଧିଷ୍ଟିର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ତୁଳାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes