ଡ୍ରାଇଭର ସଂଘ ଆନ୍ଦୋଳନ: ୨ ସରକାରୀ ବସ ଅଟକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡ୍ରାଇଭର ସଂଘ ତରଫରୁ ବୁଧବାର ୨୨୦ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ବ୍ଲକ ସଭାପତି ସଞ୍ଜୟ ଭୂମିଜଙ୍କ ନେତୃତ୍ୱରେ ସାହାରପଡା ବ୍ଲକ ଛକ ଓ ତୁରୁମୁଙ୍ଗା କେନ୍ଦୁଝର ଦେଇ ୪୯ ନମ୍ବର ୪ ଲେନ ବିଶିଷ୍ଟ ଜାତୀୟ ରାଜପଥର ବାଉଁଷୁଳି ନିକଟରେ ପାଟଣା ବ୍ଲକ ସମ୍ପାଦକ ଗୌରାଙ୍ଗ ବେହେରା ଓ ଝୁମ୍ପୁରା ବ୍ଲକ ଡ୍ରାଇଭର ସଂଘ ସମ୍ପାଦକ ଯୁଗଳ କିଶୋର ବାରିକଙ୍କ ନେତୃତ୍ୱରେ ପ୍ରତିବାଦ ଜାରି ରଖିଛନ୍ତି।

ବାଉଁଷୁଳିରେ କେନ୍ଦୁଝରରୁ ଟାଟା ଓ ରାଞ୍ଚି ଅଭିମୁଖେ ଯାଉଥିବା ଯାତ୍ରୀ ବାହୀ ବସ ଓ କେନ୍ଦୁଝର ଅଭିମୁଖେ କାରଞ୍ଜିଆ ଆଡୁ ଯାଉଥିବା ସରକାରୀ ବସ ଅଟକ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes