ଡ଼ଷ୍ଟ ବିନ୍ ଭାଙ୍ଗିଲେ, ଦୁର୍ଗନ୍ଧ ପରିବେଶରେ ସାହି ୱାର୍ଡ

କେନ୍ଦୁଝର ପୌରପାଳିକା ଅଞ୍ଚଳରେ ନିର୍ମାଣ ହୋଇଥିବା କଂକ୍ରିଟ ଡ଼ଷ୍ଟ ବିନ୍ ଭାଙ୍ଗି ଦିଆଗଲା। ଗାଡ଼ିରେ ସିଧାସଳଖ ଘରମାନଙ୍କ ମଇଳା ଆବର୍ଜନା ସଂଗ୍ରହ କରାଯିବ। ଏଭଳି ଆଶା ଦେଖାଇ ଭାଙ୍ଗିଦେବା ପରେ ଏବେ ଉକ୍ତ ସ୍ଥାନ ମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡୁଛି।

ଗାଡ଼ି ଘର୍ ପାଖରେ ପହଞ୍ଚି ପାରି ନ ଥିବାରୁ ମଇଳା ଆବର୍ଜନାକୁ ଲୋକେ ପୂର୍ବ ସ୍ଥାନରେ ପକାଇବା ଫଳରେ ୱାର୍ଡ, ସାହି ପୂତିମୟ ପରିବେଶ ରେ ରହିଥିଲେ ହେଁ ଦୃଷ୍ଟି ପଡୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ପୂର୍ବ ଭଳି କଂକ୍ରିଟ ଡଷ୍ଟ ବିନ ଥିଲେ ଏଭଳି ସମସ୍ୟା ଦେଖାଦେଇ ନ ଥାନ୍ତା ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes