ଟ୍ରାକ୍ଟର ଧକ୍କାରେ ଜଣେ ମୃତ ଓ ତିନି ଆହତ, ରାସ୍ତା ରୋକ

ଟାଉନ୍ ଥାନା ଅନ୍ତର୍ଗତ ନରଣପୁର ନିକଟରେ ନରଣପୁର – ହରିଚନ୍ଦନପୁର ରାସ୍ତାରେ ଏକ ଟ୍ରାକ୍ଟର ଧକ୍କାରେ ଚାଲି ଚାଲି ଯାଉଥିବା ଜଣେ ଲୋକ ର ମୃତ୍ୟୁ ଘଟିଥିବା ବେଳେ ବାଇକ୍ ରେ ଯାଉଥିବା ସାତ ବର୍ଷ ର ଶିଶୁ ସମେତ ତିନି ଜଣ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତର ଖନରେ ଚିକିତ୍ସିତ ଅଛନ୍ତି।

ମୃତ କ ଙ୍କ ନାମ ମଙ୍ଗଳୁ ନାୟକ (୪୬) ଓ ଘର୍ ନରଣ ପୁର ଗ୍ରାମରେ ବୋଲି ଜଣା ପଡିଛି। ଆହତ ଶିଶୁ ର ନାମ ରୁଦ୍ର ପ୍ରତାପ ମହାନ୍ତ ବୋଲି ଜଣାପଡିଛି । ସେ ତାଙ୍କ ମାଆ ରଶ୍ମିତା ମହାନ୍ତା ଓ ତାଙ୍କ ଅନ୍ୟ ଜଣେ ସମ୍ପର୍କୀୟ ସୋଲଜର ମହାନ୍ତ (ଚାଳକ)ଙ୍କ ସହିତ ବାଇକ୍ ରେ କେନ୍ଦୁଝର ରୁ ନିକ ଗ୍ରାମ କୁ ଫେରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes