ଟ୍ରକ ଚକା ତଳେ ଚାଲିଗଲା ଶ୍ରମିକଙ୍କ ଜୀବନ

ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମ ନିକଟରେ ମାଙ୍କଡା ପଥର ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଯୁବ ଶ୍ରମିକଙ୍କ ଜୀବନ।

ମୃତ ଶ୍ରମିକ ଜଣଙ୍କ ଗୟାବନ୍ଧ ଗ୍ରାମର ମନସୁର। ଟିଲରରେ ଅପରେଟର ଭାବରେ ଖଣିରେ କାମ କରୁଥିଲେ।ଟ୍ରକ ଡ୍ରାଇଭରର ଅସାବଧାନତା ଯୋଗୁଁ ମନସୁର ଉପରେ ମାଡିଗଲା ଟ୍ରକ। ମନସୁରକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲକୁ ଚିକିତ୍ସିତ ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes