ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୬ ଗୁରୁତର

୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଯାଜପୁରରୁ ଆସୁଥିବା ଯାତ୍ରୀବାହୀ ଅଟୋଟି ଭାରସାମ୍ୟ ହରାଇ ଟ୍ରକ୍ ପଛପଟୁ ବାଡେଇଥିଲା ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଲୋକମାନଙ୍କୁ ବାହାର କରିଥିଲେ । ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମେଡିକାଲରେ ଏସ୍‌କେ ପେଣ୍ଟକୁ ମୃତ ଘୋଷଣା କରାଯାଇଥିବାବେଳେ ଅନ୍ୟ ୬ ଜଣଙ୍କର ଚିକିତ୍ସା ଜାରି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes