କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ସ୍ଥିତ ଏନଏଚ ୪୯ରେ ଥିବା ଟୋଲ ଗେଟ ଭାଙ୍ଗି ଦୁଇଟି ଗୋରୁ ବୋଝେଇ ଟ୍ରକ ଫେରାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଏହାକୁ ନେଇ ଟୋଲ ଗେଟ କର୍ମଚାରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହ ଏନଏଚରେ ଯାତାୟତ ଅସୁରକ୍ଷିତ ହୋଇ ପଡ଼ିଛି। ଏ ନେଇ ଅଭିଯୋଗ ପରେ ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଏହି ଗାଡ଼ି ଗୁଡ଼ିକ ସମ୍ବଲପୁରରୁ କେନ୍ଦୁଝର ଦେଇ କଲିକତା ଅଭିମୁଖେ ବେଆଇନ ଗୋରୁ ଚାଲାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି।