କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡି ଘର ଭିତରେ ପଶି ଆଲମୀରା ଭାଙ୍ଗି ସୁନା ଅଳଙ୍କାର ଲୁଟିନେଇଛନ୍ତି ।
ଟାଇଁସିରାଗ୍ରାମର ବାଇଧର ସାହୁଙ୍କ ଘରେ ଝରକା ଗ୍ରୀଲ ତାଡି ଆଲମୀରା ଭାଙ୍ଗି ହଳେ ସୁନା କାନଫୁଲ,୧ ସୁନା ମୁଦି, ଓ ହଳେ ରୁପା ପାଉଁଜି ଲୁଟି ନେଇଛନ୍ତି। ଅନୁରୁପ ଭାବେ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟିତ୍ରୀ ଶାରଦା ମହାନ୍ତଙ୍କ ଝରକା ଗ୍ରୀଲ ତାଡିଥିଲେ। ଘଟଣା ସ୍ଥଳରେ ଥାନାଧିକାରୀ ରାଣେନ୍ଦ୍ର ସ୍ୱାଇଁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।