ଜୁନ୍ ୧ରୁ କଂଗ୍ରେସର ନବସଂକଳ୍ପ ଶିବିର

ଦଳକୁ ଶୃଙ୍ଖଳିତ ଓ ସୁଦୃଢ କରିବା ଲାଗି ନବନିଯୁକ୍ତ ପିସିସି ସଭାପତି ନବସଂକଳ୍ପ ଶିବିର କରିବେ। ଏଆଇସିସି ଢାଞ୍ଚାରେ ପିସିସି ସଂକଳ୍ପ ଶିବିର ଆୟୋଜନ କରିବ।

ଏଥିରେ ନେତା, ବିଧାୟକ, ସାଂସଦମାନେ ଯୋଗଦେବେ। ଏହା ସହ ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗଦେବେ। ଶିବିରରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes