କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ଲିଫଟର ପ୍ରବେଶ ପଥରେ ବଡ ୱାଲ୍ ଟାଇଲ ଖସି ପଡ଼ିଛି। ଏଥିରେ କେହି ଆହତ ହୋଇ ନ ଥିଲେ ହେଁ କେହି ଭଙ୍ଗାରୁଜା କରିଛନ୍ତି ନା ନିମ୍ନ ମାନର କାମ ଯୋଗୁଁ ଖସି ପଡ଼ିଛି ସଠିକ୍ ଜଣା ପଡ଼ିନାହିଁ।
ତେବେ ଏହାକୁ ମଧ୍ୟ ମେଡ଼ିକାଲ ପକ୍ଷରୁ ତୁରନ୍ତ ଉଠା ଯାଉନଥିବା କିମ୍ବା ମରାମତି କରାଯାଉନଥିବାରୁ ଆସୁଥିବା ରୋଗୀମାନେ ଅସୁବିଧା ଭୋଗୁଛନ୍ତି।