ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅସ୍ୱାସ୍ଥ୍ୟକର ଶୌଚାଳୟ

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବ୍ୟୟ ବହୁଳ ଶୌଚାଳୟ ଉପଯୁକ୍ତ ତଦାରଖ ଅଭାବରୁ କାମରେ ଲାଗୁନି।

ଅସ୍ୱାସ୍ଥ୍ୟକର ଓ ଭଙ୍ଗା ଦଦରା ଅବସ୍ଥାରେ ପଡ଼ି ରହିଥିବାରୁ କର୍ମଚାରୀ ତଥା ଆସୁଥିବା ଲୋକମାନେ ବ୍ୟବହାର କରିବାକୁ ମଣୁନାହାନ୍ତି। ଫଳରେ ପୂର୍ବପରି ବିଶେଷ କରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁରୁଷମାନେ ବାହାରେ ଏଣେ ତେଣେ ପରିସ୍ରା କରିଥିବାରୁ ପରିବେଶ ବହୁ ମାତ୍ରାରେ ପ୍ରଦୂଷିତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes