ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଠାରେ ଥିବା ଜିଓ ଟାୱାରରୁ ବିଭିନ୍ନ ସମୟରେ ନେଟୱର୍କ ଆସୁନଥିବା ଯୋଗୁଁ ଅନଲାଇନରେ ହେଉଥିବା ବିଭିନ୍ନ କାର୍ଯ୍ୟ ସବୁ ବନ୍ଦ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ବିଭାଗର ସୁପରଭାଇଜରଙ୍କୁ ଯୋଗାଯୋଗ କରାଯିବାରୁ କାମ ଚାଲିଛି ସନ୍ଧ୍ୟା ସୁଦ୍ଧା ହୋଇଯିବ ବୋଲି କହିଥିଲେ। ତୁରନ୍ତ ବିଭାଗୀୟର ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।