ଜାଗା ଓଡ଼ିଶା ସରକାରଙ୍କର, ନ ଦେଲେ ରେଲ ଲାଇନ୍ କିପରି ହେବ: ରେଳ ମନ୍ତ୍ରୀ

ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ପାଇକମାଳରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଅଶ୍ୱିନୀ କହିଛନ୍ତି, କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ, ଜାଗା ଓଡ଼ିଶା ସରକାରଙ୍କର, ନ ଦେଲେ ରେଲ ଲାଇନ୍ କିପରି ହେବ। ମନ୍ତ୍ରୀ ଟୁକୁନି ସାହୁ ନୂଆ ରେଳ ଲାଇନ ନେଇ ଚିଠି ଲେଖିଛନ୍ତି ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାହାକୁ ଦୋହରାଇଛନ୍ତି, କାହିଁକି ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ ସାଂସଦ ମିଛ କହୁଛନ୍ତି, ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes