କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅର୍ଜୁନ ବିଲା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥିବା ବେଳେ ଛାତରୁ ଖଣ୍ଡ ଖସି ଛଅ ଜଣ ପିଲା ଆହତ ହୋଇଛନ୍ତି।
ଉକ୍ତ କ୍ଲାସ ରୁମଟି ସ୍ଥାନୀୟ ଲୋକ କିଛି ଦିନ ତଳେ ମରାମତି କରିଥିଲେ। ଏଣୁ ଉକ୍ତ ରୁମରେ ପଞ୍ଚମ ଶ୍ରେଣୀର ପିଲାମାନେ ବସି ପାଠ ପଢୁଥିଲେ। ଏକ ବଡ ଦୁର୍ଘଟଣା ବର୍ତ୍ତି ଯାଇଥିଲେ ହେଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।