ଛତ୍ରପୁରର ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଗଞ୍ଜାମ ଜିଲ୍ଲା ଛତ୍ରପୁରର ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ହତ୍ୟା ଘଟଣାରେ ଛତ୍ରପୁର ପୁଲିସ ହଂସପୁର ଗାଁର ପଙ୍କଜ ବିଶ୍ବାଳ ଓ ସୀମାଞ୍ଚଳ ବିଶ୍ବାଳକୁ ଗିରଫ କରିଛି।

ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ହତ୍ୟାର ଶିକାର ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁବତୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes