ଚୋରି ଟ୍ରକ ମୟୂରଭଞ୍ଜରୁ ଜବତ; ୫ ଗିରଫ

ଟ୍ରକ ଚୋରି ଘଟଣାରେ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ପୁଲିସ ୫ ଜଣକୁ ଗିରଫ କରିବା ସହ ଚୋରି ହୋଇଥିବା ଟ୍ରକକୁ ମୟୂରଭଞ୍ଜ ଜିଲ୍ଲାରୁ ଜବତ କରିଛି।

ଦୁର୍ବୃତ୍ତମାନେ ବୈଶିଙ୍ଗାର ଜଣେ ଢାବା ମାଲିକଙ୍କୁ ସାଢ଼େ ୪ ଲକ୍ଷରେ ଟ୍ରକ୍ ବିକିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୨ ଟ୍ରକ୍ ଡ୍ରାଇଭର ଗତମାସ ୨୧ ତାରିଖରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ପ୍ରଚୁର ମଦ ପିଆଇ ଭୂତମୁଣ୍ଡାଇ ପୋଲ ଉପରୁ ଠେଲି ଟ୍ରକ୍ ନେଇ ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes