ଚାଷ ଜମିର ନିଆଁ ଗାଁ ମୁହାଁ, ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

ଚାଷ ଜମିରୁ ରବି ଋତୁର ଅମଳ ଧାନ ଉଠିବା ପରେ ଚାଷୀ ଜମିର ପୁଆଳକୁ ସଫା କରିବା ନାଁରେ ନିଆଁ ଲଗାଇ ଦେଉଥିବାରୁ ଖରାର ପ୍ରକୋପ ଓ ଝାଞ୍ଜି ପବନ ଯୋଗୁଁ ତାହା ଧୁଧୁ ହୋଇ ଜଳିବା ସହ ନିଆଁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଫୁଲମୁଠି ଗ୍ରାମ ପାର୍ଶ୍ଵ ଚାଷ ଜମିର ନିଆଁ ଗାଁ ମୁହାଁ ହେବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯାହା ଫଳରେ ଏକ ବଡ଼ ବିପଦରୁ ଉଦ୍ଧାର ମିଳିଥିବା ଗାଁ ଲୋକେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes