ଚକାଫାଟି ବୋଲେରୋ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଚାଳକ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନ ଅନ୍ତର୍ଗତ ଓଡିଆଗୋଠ ଠାରେ ଆଜି ମଧ୍ୟାହ୍ନ ସମୟରେ ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଠାରେ ଲାଗିଥିବା ବୋଲେରୋର ଆଗ ଚକା ଫାଟି ଯାଇ ନିର୍ମାଣଧିନ ପଞ୍ଚାୟତ ଷ୍ଟଲକୁ ଧକ୍କା ଦେଇ ଦୁର୍ଘଟଣା ଘଟିଥିଲା।

ଫଳରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ଦୁର୍ଘଟଣା ସ୍ଥାନରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ପରିସ୍ଥିତି ଶାନ୍ତ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes