ଗ୍ୟାସ ସିଲିଣ୍ଡର ଫାଟିଲା, ଅଳ୍ପକେ ବର୍ତିଲେ ପରିବାର ଲୋକ

ସଦର ବ୍ଲକ ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଘର ଭାଙ୍ଗି ଛାର ଖାର ହୋଇ ଯାଇଛି। ବିରାଟ କାଇ ଶବ୍ଦ ଶୁଣି ଆଖପାଖ ଲୋକ ରୁଣ୍ଡ ହୋଇ ଥିଲେ। ଘଟଣା ଟି ଅପରାହ୍ନ ପ୍ରାୟ ୨.୩୦ ସମୟ ରେ ପିତାମ୍ବର ପ୍ରଧାନ ଙ୍କ ଘର ଲୋକେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ କରିଥିଲା।

ତୁରନ୍ତ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଘର୍ ଲୋକ ମାନେ ପଦାକୁ ଧାଇଁ ପଳାଇ ଯାଇଥିଲେ। ସିଲିଣ୍ଡର ଫାଟିବା ଫଳରେ ଘର କାନ୍ଥ ଭୁଶୁଡ଼ି ପଡ଼ିବା ସହ କବାଟ ଭାଙ୍ଗି ଯାଇଥିବା ବେଳେ ବହୁ ଆସବାବ ପତ୍ର ନଷ୍ଟ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes