ଗ୍ରାମବାସୀ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ

ଅନୁଗୁଳ ଜିଲ୍ଲା ତାଳଚେର ମାଟିର ଗର୍ବ ଗୌରବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସକୁ ଆଜି ବିଭିନ୍ନ ସାମାଜିକ ସଂଗଠନ ଏବଂ ସାଧାରଣ ଗ୍ରାମବାସୀ ଉତ୍ସାହର ସହ ପାଳନ କରିଛନ୍ତି l

ତାଳଚେର ବ୍ଲକ କଣ୍ଢାଳ ପଂଚାୟତର ମଦନମୋହନପୁର ଗ୍ରାମବାସୀ ଏକତ୍ରିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସରେ ସାମୁହିକ ଭାବେ ନିଜ ଗ୍ରାମରେ ବୃକ୍ଷରୋପଣ କରିଥିଲେ ଏବଂ ଗ୍ରାମର ମନ୍ଦିରରେ ପୂଜାର୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସମିତି ସଭ୍ୟ ଚୈତନ୍ୟ ପ୍ରଧାନ,ବିଭୁତି ପ୍ରଧାନ,ଚନ୍ଦନ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes