ଗୋରୁ ହାଟରେ ବ୍ୟବସାୟୀଙ୍କୁ ଗୁଳିକାଣ୍ଡ ଘଟଣାରେ ୫ଗିରଫ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁ ହାଟରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୁଲିସ ମାତ୍ର ୧୧ ଦିନରେ ଆନ୍ତରାଜ୍ୟ ହତ୍ୟାକାରୀ ଗ୍ୟାଙ୍ଗର ୫ ଲୁଟେରା ଓ ହତ୍ୟାରେ ବ୍ୟବହୃତ ଇନସାସ୍ ରାଇଫଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି।

ଲୁଟ୍ ଟଙ୍କାରେ କିଣିଥିବା ଟ୍ରାକ୍ଟର ଓ ବାଇକ୍ ସହିତ ୫୦ହଜାର ନଗଦ ଟଙ୍କା ଜବତ କରିଛି ମୟୁରଭଞ୍ଜ ପୁଲିସ। ଅନ୍ୟ ବହୁ ଥାନାରେ ପୂର୍ବରୁ ବିଭିନ୍ନ ମାମଲା ଏମାନଙ୍କ ନାମରେ ରହିଛି। ଏନେଇ ଆଜି ବାରିପଦା ସ୍ଥିତ ପୁଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି ଋଷିକେଶ ଦୟାନଦେଓ ଖିଲାରୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes