ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ସତ୍ୟସେବକ ଯୁବକ ସଂଘ ଗୋବିନ୍ଦପୁରର ମିଳିତ ଆନୁକୁଲ୍ୟରେ ସୋନପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଗୋବିନ୍ଦପୁର ଠାରେ ବିଶ୍ଵ ସାଇକେଲ ଦିବସ ପାଳିତ ହୋଇଛି।
ଏଥିରେ ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ସୁଦର୍ଶନ ଭରାସାଗର ଓ ମନୋରଞ୍ଜନ ଜଗଦଲାଙ୍କ ନେତୃତ୍ବରେ ସାଇକେଲ ଶୋଭାଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ।