ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ l
ଲୋକଙ୍କ ଅଭିଯୋଗ ପାଇବା ପରେ ଶ୍ରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଭାଲୁଗାଡିଆ ଗ୍ରାମର ମୁଖ୍ୟ ରାସ୍ତା ତଦାରଖ କରିବା ସହିତ ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତାକୁ ନିରୀକ୍ଷଣ କରିଥିଲେ ଏବଂ ହିଙ୍ଗୁଳା ଓସିପିର ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ତାକୁ ଅତି ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।