ଗୋପାଳପୁର ସମୁଦ୍ରରେ ବୁଡ଼ି ବାଳକ ନିଖୋଜ

ଗୋପାଳପୁର ସମୁଦ୍ରରେ ଆଜି ସଂଧ୍ୟା ପ୍ରାୟ ୫ ଟା ବେଳେ ଜଣେ ବାଳକ ନିଖୋଜ ହୋଇଥିବା ଜଣାପଡିଛି।ନିଖୋଜ ବାଳକ ଟି ହେଲା ବ୍ରହ୍ମପୁର ଗେଟ୍ ବଜାର ରାଧାକୃଷ୍ଣ ସାହିର ସୁମିତ କୁମାର ସାହୁ ବୟସ ପ୍ରାୟ ୧୪ ବର୍ଷ ବୋଲି ଜଣାପଡିଛି।

ସୂଚନା ଯେ ଆଜି ସନ୍ଧ୍ୟାରେ ୪ ଜଣ ସାଙ୍ଗ ବ୍ରହ୍ମପୁର ରୁ ଆସି ସମୁଦ୍ରରେ ଗାଧଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସାଙ୍ଗ ପାଣି ଭିତରକୁ ଚାଲି ଯାଇଥିଲେ ବାହାରେ ଥିବା ସାଙ୍ଗ ସୁମିତ ସେମାନଙ୍କୁ ବଞ୍ଚାଇବା କୁ ଯାଇ ଭିତକୁ ଚାଲିଯାଇଥିଲା।ଉପସ୍ଥିତ ଥିବା ଲାଇଫଗାର୍ଡ ଜି ଚିଟିବାବୁ ପାଣି ଭିତରକୁ ଯାଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes