ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼

ଆଜି ମାସର ଶେଷ ରବିବାର ଯୋଗୁଁ ଗୋପାଳପୁର ବେଳାଭୂମିରେ ଅପରାହ୍ନ ଠାରୁ ପ୍ରବଳ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଛି। ଆଖପାଖ ଅଞ୍ଚଳରୁ ପ୍ରାୟ ୨୫ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଗହଳି କୁ ନଜରରେ ରଖି ଗୋପାଳପୁର ଥାନା ପକ୍ଷରୁ ଯାନବାହନକୁ ରଖିବା ପାଇଁ ମିନି ଷ୍ଟାଡିୟମ ଏବଂ ନୂତନ ବସଷ୍ଟାଣ୍ଡଠାରେ ପାର୍କିଂ ର ବ୍ୟବସ୍ଥା କରାଯାଇଛି । ବେଳାଭୂମି ରେ ପ୍ରବଳ ଭିଡ ରହିଥିବାରୁ ପୁଲିସ ପକ୍ଷରୁ କଡ଼ା ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ୨ ସେକ୍ସନ ଫୋର୍ସ ମୃତୟନ କରାଯିବା ସହ ପେଟ୍ରୋଲିଂ କଡ଼ାକଡ଼ି କରାଯାଇ ଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes