ଗୋପବନ୍ଧୁ ମାନବ କଲ୍ୟାଣ ସମିତି ପକ୍ଷରୁ ବନ୍ଧୁମିଳନ

ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ପକ୍ଷରୁ ଅନୁଗୁଳ ଜିଲ୍ଲା କୁକୁଡାଙ୍ଗ ସ୍ଥିତ ନାରାୟନ ସେବାଶ୍ରମ ପରିସରରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସଭାପତି ଗୌର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଃଖବନ୍ଧୁ ସାହୁ ମଞ୍ଚ ପରିଚାଳନା କରିଥିଲେ। ଆଶ୍ରମରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପଣ୍ତିତ ଉପେନ୍ଦ୍ର କୁମାର ପଣ୍ଡା ବେଦ ମନ୍ତ୍ର ପାଠ କରି ଥିବାବେଳେ ଆଶ୍ରମର ମହନ୍ତ ପ୍ରମୋଦ ଚନ୍ଦ୍ର ସାହୁ ପୁଷ୍ପ ମାଳ ଅର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes