କେନ୍ଦୁଝର ଗୋନାସିକା ମହୋତ୍ସବରେ ଗୋଁଡ ସାଂସ୍କୃତିକ ସମାଜ କେନ୍ଦୁଝର ଜିଲ୍ଲା ତରଫରୁ ଗୋଁଡ ଜାତିର ପାରମ୍ପାରିକ ଖଣ୍ଡା ନୃତ୍ୟ ପରିବେଷଣ କରାଯାଇଥିଲା।
ଅନ୍ୟାନ୍ୟ ଆଦିବାସୀ ସଂପ୍ରଦାୟର ଲୋକମାନେ ମଧ୍ୟ ନିଜ ନିଜ ସଂସ୍କୃତିର ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ଖଣ୍ଡା ନୃତ୍ୟକୁ ବିଶେଷ ଭାବେ ପରିଚାଳନା କରିଥିଲେ ନିର୍ମଳ କୁମାର ନାୟକ। ଏଥିରେ ବାଲିପୋଖରୀ, ଜଡିପଦା ଏବଂ ପିପିଳିଆ ଗ୍ରାମର କଳାକାର ମାନେ ଭାଗ ନେଇଥିଲେ।