ଗୁପ୍ତ ସେନାପଟା ନୀତି ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ବନ୍ଦ

ଆଜି ମହାପ୍ରଭୁଙ୍କ ଗୁପ୍ତ ସେନାପଟା ନୀତି ଥିବାରୁ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ବନ୍ଦ ରଖାଯାଇଛି l ଅପରାହ୍ନ 3 ଟା ପର୍ଯ୍ୟନ୍ତ ମହାରାଭୁଙ୍କ ଦର୍ଶନ ବନ୍ଦ ରହିବ କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇଥିଲେ l

ତେବେ ପୂର୍ବରୁ ସେନାପଟା ନୀତି ସମୟରେ କେବଳ ଜଗମୋହନ ଦ୍ୱାର ବନ୍ଦ ରହୁଥିଲା l ତେଣୁ ଭକ୍ତ ମାନେ ପାର୍ଶ୍ଵ ଦେଵଦେବୀଙ୍କୁ ଦର୍ଶନ କରି ପାରୁଥିଲେ l କିନ୍ତୁ ଆଜି ଚାରିଦ୍ୱାର ବନ୍ଦ ରହିବାରୁ ଶହ ଶହ ଭକ୍ତ ଏଥିରୁ ମଧ୍ୟ ବଂଚିତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes