ଗିରଫ ହେଲେ ରାୟଗଡ଼ ଅବକାରୀ ଅଧିକ୍ଷକ ନିନା ବେଉରିଆ

ରାୟଗଡାର ଅବକାରୀ ଅଧିକ୍ଷକ ନିନା ବେଉରିଆଙ୍କ ଗାଡ଼ିରୁ ଆଜି 6.29 ଲକ୍ଷ ଟଙ୍କା ଜବତ କରିବା ଘଟଣାରେ ତାଙ୍କୁ ଜେରା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଗତକାଲି ରାତିରେ ଅଧିକ୍ଷକ ଏକ ଗାଡ଼ିରେ ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ତାଙ୍କ ଗାଡ଼ିରୁ ଭିଜିଲାନ୍ସ ଟଙ୍କା ଜବତ କରିଥିଲା l ତାଙ୍କ ସ୍ୱାମୀ ତଥା କଟକ ଜିଲ୍ଲା ମାହାଙ୍ଗା ଥାନାର ଆଇଆଇସିଙ୍କୁ ମଧ୍ୟ ଭିଜିଲାନ୍ସ ଜେରା କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes