ଗାଡି ଧକ୍କାରେ ୨ ଗୋରୁ ମୃତ୍ୟୁ ନେଇ ରାସ୍ତା ରୋକ

ଆଜି ଭୋର ୫ଟା ସମୟରେ ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତର ଖଜୁରିପଡା ୫୭ନମ୍ବର୍ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ୨ଟି ଗୋରୁର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହେଇଥିଲା ।

ଏହାକୁ ପ୍ରତିବାଦ କରି ଖଜୁରୀ ପଡା ଠାରେ ଗଛ ପକାଇ ୫୭ନମ୍ବର୍ ଜାତୀୟ ରାଜପଥକୁ ବନ୍ଦ କରିଥିଲେ ଗ୍ରାମବାସୀ । ବୌଦ୍ଧ ଆଦର୍ଶ ଥାନାରୁ ପୁଲିସ ଆସି ବୁଝାସୁଝା ପରେ ରାସ୍ତାରୋକରୁ ହଟିଛନ୍ତି ଗ୍ରାମବାସୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes